Site icon ଆଜିକାଲି

ଆଜିଠୁ ବିଶ୍ବକପ୍ ଲଢ଼େଇ, ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ : ଆଜିଠୁ କ୍ରିକେଟ ମହାସମର । ଆରମ୍ଭ ହେବ ବିଶ୍ବକପ୍ ଲଢ଼େଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ଅପରାହ୍ଣ ୨ଟାରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିବେ । ନ୍ୟୁଜିଲାଣ୍ଡର ବ୍ୟାଟିଂ ପାୱାର ହାଉସ୍ ବନାମ ଇଂଲିଶ ବାହିନୀର ବିସ୍ଫୋରକ ବ୍ୟାଟରଙ୍କ ଭିତରେ ଲଢ଼େଇ ହେବ ।

ସୂଚନା ଅନୁଯାୟୀ ବିଶ୍ୱକପ୍ ୫ ଅକ୍ଟୋବରରୁ ଆରମ୍ଭ ହେଉଛି । କିନ୍ତୁ ଏଥିରେ ଭାରତ ଅକ୍ଟୋବର ୮ ରୁ ଅଭିଯାନ ଆରମ୍ଭ କରିବ । ଏହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ । ଯାହା ଚେନ୍ନାଇରେ ଖେଳାଯିବ । ଅକ୍ଟୋବର ୭ ରେ ପାକିସ୍ତାନ ଦଳ ପ୍ରଥମ ମ୍ୟାଚ୍ ଖେଳିବ । କହିରଖୁ କି, ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ ।

ଆଜି ଖେଳିବେ ନାହିଁ କିୱି ଅଧିନାୟକ ୱିଲିୟମସନ୍ । ତାଙ୍କ ସ୍ଥାନରେ ଟମ୍ ଲାଥମ୍ ନେତୃତ୍ବ ନେବେ । ଅନ୍ୟପଟେ ଜୋସ୍ ବଟଲରଙ୍କ ନେତୃତ୍ବରେ ଖେଳିବ ଇଂଲିଶ ବାହିନୀ । ୨୦୧୯ ବିଶ୍ବକପ୍ ପରାଜୟର ବଦଲା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ସୁପର ଓଭରରେ ହାରିଥିଲା କିୱି ଦଳ । ଦିନିକିଆରେ ଉଭୟ ଦଳର ରେକର୍ଡ ବରାବର । ମୋଟ୍ ୯୫ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଇଂଲଣ୍ଡ ୪୫ଟି ଓ ନ୍ୟୁଜିଲାଣ୍ଡ ଜିତିଛି ୪୪ଟି ମ୍ୟାଚ୍ । ୨ଟି ମ୍ୟାଚ୍ ଟାଇ ରହିଛି । ଆଜିଠାରୁ ନଭେମ୍ବର ୧୯ ତାରିଖ ଯାଏ ଖେଳାଯିବ ବିଶ୍ବକପ୍ । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ ।

Exit mobile version