Site icon ଆଜିକାଲି

ଦିନିକିଆ ବିଶ୍ୱକପ୍‌ ୨୦୨୩ : ଆସନ୍ତା ସପ୍ତାହରେ ଘୋଷଣା ହେବ ଖେଳସୂଚୀ

LONDON, ENGLAND - JULY 14: General view of the Cricket World Cup Trophy during the Final of the ICC Cricket World Cup 2019 between New Zealand and England at Lord's Cricket Ground on July 14, 2019 in London, England. (Photo by Gareth Copley-ICC/ICC via Getty Images)

ମୁମ୍ବାଇ : ଦିନିକିଆ ବିଶ୍ୱକପ୍‌ ୨୦୨୩ କୁ ଆଉ କିଛି ମାସର ଅପେକ୍ଷା । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଉଭୟ ବିସିସିଆଇ ଏବଂ ଆଇସିସି ପ୍ରସ୍ତୁତି ଚଳାଇଛନ୍ତି । ଏହିକ୍ରମରେ ୨୦୨୩ କ୍ରିକେଟ୍‌ ମହାକୁମ୍ଭ ଆସିଛି ନୂଆ ଅପ୍‌ଡେଟ୍‌ ।

ଅକ୍ଟୋବର ମାସରେ ଭାରତରେ ହିଁ ଖେଳାଯିବ ଆଗାମୀ ଦିନିକିଆ ବିଶ୍ୱକପ୍‌ । ଏହି ବିଶ୍ୱକପ୍‌ ପୂର୍ବରୁ ଆୟୋଜକ ବିସିସିଆଇ ଏବଂ ଆଇସିସି ମୁମ୍ବାଇରେ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । ଯେଉଁଥିରେ ୨୦୨୩ ବିଶ୍ୱକପ୍‌ର ଖେଳସୂଚୀ ଘୋଷଣା କରାଯିବ । ମୁମ୍ବାଇ ଓ୍ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଏହି କାର୍ଯ୍ୟକ୍ରମର ଆୟୋଜନା ହେବାର ସୂଚନା ମିଳିଛି । ହେଲେ ଏବେ ଯାଏଁ ଆଇସିସି ଏବଂ ବିସିସିଆଇ ପକ୍ଷରୁ କୌଣସି ଅଧିକାରୀକ ବୟାନ ଆସିନାହିଁ ।ସେହିପରି ପୂର୍ବରୁ ବିସିସିଆଇ ଆଇସିସିକୁ ଏକ ସୂଚୀ ପଠାଇଛି । ଯେଉଁଥିରେ ଦେଶର ୯ଟି ଯାକ ଭେନ୍ୟୁରେ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା , ଧର୍ମଶାଳା, ଲକ୍ଷ୍ନୌ, ପୁନେ ଆଦି ସ୍ଥାନରେ ମ୍ୟାଚ୍‌ ଖେଳାଯିବ ନେଇ ଆୟୋଜକ ଦେଶ ସ୍ଥିର କରିଛି । ବିଶ୍ୱକପରେ ଖେଳିବାକୁ ଥିବା ସମସ୍ତ ଦେଶଙ୍କ ଆଲୋଚନା ପରେ ଆଇସିସି ଏଥିରେ ମୋହର ମାରିବ । ହୁଏତ ମୁମ୍ବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି କ୍ରୀଡାସୂଚୀର ଘୋଷଣା ହୋଇପାରେ ।

ସୂଚନା ଯେ, ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଅକ୍ଟୋବର ୫ରୁ ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍‌ ଭାଗ ନେବେ । ବିଶ୍ୱକପ୍‌ ୨୦୨୩ରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ।

Exit mobile version