Site icon ଆଜିକାଲି

ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ, ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ

ନୂଆଦିଲ୍ଲୀ : ପୁଣି ଜଣେ ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଜମ୍ମୁ କଶ୍ମୀର ପୋଲିସର ଗୁଇନ୍ଦା ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଛନ୍ତି। ନଭେମ୍ବର ୧ରୁ ସେ ଜମ୍ମୁ କଶ୍ମୀରର ଇନଚାର୍ଜ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ। ଅକ୍ଟୋବର ୩୧ ତାରିଖରେ ଅବସର ନେବେ ବର୍ତ୍ତମାନର ଡିଜିପି ଦିଲବାଗ ସିଂ।.୧୯୯୧ ବ୍ୟାଚର ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ। ଜଣେ ଦକ୍ଷ, ସଚ୍ଚୋଟ ଆଇପିଏସ ଅଧିକାରୀ ଭାବେ ସେ ବେଶ ଲୋକପ୍ରିୟ।

୨୦୦୦ ମସିହାରେ ଯେତେବେଳେ ଜମ୍ମୁକଶ୍ମୀରରେ ଆତଙ୍କବାଦ ଚରମସୀମାରେ ଥିଲା, ସେତେବେଳେ ଜମ୍ମୁ କଶ୍ମୀରର ଦୁଇ ରାଜଧାନୀରେ ସେ ବରିଷ୍ଠ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୧ରୁ ୨୦୦୩ ଯାଏ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ଜମ୍ମୁର ଏସଏସପି ଭାବେ କାର୍ଯ୍ୟ କରିଥିଲେ। ରାମବାନ, ପୁଞ୍ଚ ଓ ଲେହରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଛନ୍ତି ରଶ୍ମି ରଞ୍ଜନ ସ୍ବାଇଁ। ପରେ ପନ୍ଦର ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ରହି ଅନେକ ପଦପଦବୀରେ ଦାୟିତ୍ବ ନିର୍ବାହ କରିଛନ୍ତି। ନିଜ କାର୍ଯ୍ଯରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଫରେନ ପୋଷ୍ଟିଂ ମଧ୍ୟ ମିଳିଥିଲା।

Exit mobile version