Site icon ଆଜିକାଲି

ଆଇଏସ୍‌ଏଲ୍‌‌ରେ ଆଜି ଓଡ଼ିଶା-ବେଙ୍ଗାଲୁରୁ ଏଫ୍‌ସି ମୁକାବିଲା

ଭୁବନେଶ୍ବର: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌‌)ରେ ଆଜି ଓଡ଼ିଶା ଏଫ୍‌ସି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ। ଉଭୟ ଦଳ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍‌ସି କେବଳ ଗୋଟିଏ ଏବଂ ବେଙ୍ଗାଲୁରୁ ୪ଟିରେ ବିଜୟ ଲାଭ କରିଛି। ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ତେଣୁ ଆଜି ବେଙ୍ଗାଲୁରୁ ଦୃଢ଼ ଦାବିଦାର ରହିବା ସମ୍ଭାବନା ରହିଛି। ହେଲେ ଘରୋଇ ପଡ଼ିଆରେ ଓଡ଼ିଶା ଏଫ୍‌ସି ନିଜର ପ୍ରଥମ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସକୁ ହରାଇଥିବାରୁ ବେଙ୍ଗାଲୁରୁ ମଧ୍ୟ ମାତ୍‌ ଦେଇପାରିବ ବୋଲି ଆଶା ବାନ୍ଧିଛି। ଏଥିସହ ବିଜୟ ଧାରା ଲକ୍ଷ୍ୟ ନେଇ ଗୁରୁବାର ପଡ଼ିଆକୁ ଓହ୍ଲାଇବ ଏହି ଭୁବନେଶ୍ବର ଭିତ୍ତିକ ଦଳ।

ସୂଚନା ଯେ, ଦର୍ଶକମା‌ନେ ଷ୍ଟାଡିୟମକୁ ପାୱାର ବ୍ୟାଙ୍କ୍‌, ସିଗାରେଟ ଲାଇଟର, ସେଲ୍‌ଫି ଷ୍ଟିକ୍‌, ବାଡ଼ି, ବ୍ୟାଗ୍‌, ପାଣି ବୋତଲ, ଛତା, କ୍ୟାମେରା, ମାରଣାସ୍ତ୍ର, ଖାଦ୍ୟପଦାର୍ଥ, ହେଲ୍‌ମେଟ୍‌, କଏନ୍ସ, ବାଇନାକୁଲାର ‌ନେଇପାରିବେନି। ଦର୍ଶକମାନେ ଗାଡ଼ି ନ୍ୟୁ ଏଜି କଲୋନି, ନିକୋ ପାର୍କ ‌ରାସ୍ତାରେ ଥିବା ପାର୍କିଂ ସ୍ଥାନରେ ରଖିବେ। ଗେଟ୍‌ ନମ୍ବର ୧ ଓ ୪ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇଁ ନ୍ୟୁ ଏଜି କଲୋନି ଏବଂ ୩ ନମ୍ବର ଗେଟ୍‌ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇ ନିକୋ ପାର୍କ ‌ରାସ୍ତାରେ ବାଇକ୍‌, କାର୍‌ ରଖିବାର ବ୍ୟବସ୍ଥା କରାଯାଇଛି।

Exit mobile version