Site icon ଆଜିକାଲି

ଜାତୀୟ ସବ୍ ଜୁନିଅର ବାଳକ ହକିର ଫାଇନାଲରେ ଓଡ଼ିଶା

ରାଉରକେଲା : ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍ ଜୁନିଅର ବାଳକ ହକି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଦଳ । ଶନିବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଓଡ଼ିଶା, ମଧ୍ୟପ୍ରଦେଶକୁ ୩-୧ ଗୋଲରେ ହରାଇଛି । ଫାଇନାଲରେ ଓଡିଶା ଉତ୍ତର ପ୍ରଦେଶକୁ ଭେଟିବ । ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶ, ହରିୟାଣାକୁ ୭-୦ ଗୋଲରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲା ।

Exit mobile version