Site icon ଆଜିକାଲି

ରଣଜୀ ଟ୍ରଫି ଏଲିଟ ଗ୍ରୁପ ‘ଏ’ରେ ଓଡ଼ିଶା

ଭୁବନେଶ୍ବର : ୨୦୨୨-୨୩ ରଣଜୀ ଟ୍ରଫିରେ ଓଡ଼ିଶା ଏଲିଟ ଗ୍ରୁପ୍‌ ‘ଏ’ରେ ରହିଛି । ଏଲିଟ୍‌ ଗ୍ରୁପ୍‌ ଏ’ରେ ବଙ୍ଗଳା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ପ୍ରଦେଶ, ବରୋଦା ଓ ନାଗାଲାଣ୍ଡ ସହିତ ଓଡ଼ିଶା ରହିଛି। ଓଡ଼ିଶା ଦଳ ନିଜର ପ୍ରଥମ ମ୍ୟାଚ ଡିସେମ୍ବର ୧୩ ତାରିଖରୁ ବରୋଦା ବିପକ୍ଷରେ ଖେଳିବ । ଓଡ଼ିଶାରେ ଖେଳାଯିବ ଏହି ମ୍ୟାଚ୍ । ଏହାପରେ ୨୦ ତାରିଖରେ ଉତ୍ତରାଖଣ୍ଡ, ୨୭ରେ ହରିଆଣା, ଜାନୁଆରୀ ୩ରେ ନାଗାଲାଣ୍ଡ, ୧୦ରେ ହିମାଚଳ ପ୍ରଦେଶ, ୧୭ରେ ଉତ୍ତରପ୍ରଦେଶ, ୨୪ରେ ବଙ୍ଗଳା ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ। ବରୋଦା ସମେତ ହରିଆଣା ଓ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ ବୋଲି ବିସିସିଆଇ ପ୍ରକାଶ କରିଥିବା ସୂଚୀରୁ ସ୍ପଷ୍ଟ ହୋଇଛି।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ଓଡ଼ିଶା ବରିଷ୍ଠ ଦଳ ଘରୋଇ ଅଭିଯାନ ଆରମ୍ଭ କରିବ। ଏଥିରେ ଗ୍ରୁପ୍‌ ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଅକ୍ଟୋବର ୧୧ରେ ଆସାମ, ୧୨ରେ ତାମିଲନାଡୁ, ୧୪ରେ ବେଙ୍ଗଲ, ୧୬ରେ ଚଣ୍ଡିଗଡ଼, ୨୦ରେ ଝାଡ଼ଖଣ୍ଡ‌ ଓ ୨୨ରେ ଛତିଶଗଡ଼ ବିପକ୍ଷରେ ଖେଳିବ। ସମସ୍ତ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଏହାବାଦ୍‌ ବିଜୟ ହଜାରେ ଟ୍ରଫିର ଗ୍ରୁପ୍‌ ଡି’ରେ ଓଡ଼ିଶା ଖେଳିବ। ନଭେମ୍ବର ୧୨ ତାରିଖରେ ଉତ୍ତରାଖଣ୍ଡ, ୧୩ରେ ନାଗାଲାଣ୍ଡ, ୧୫ରେ ମଧ୍ୟପ୍ରଦେଶ, ୧୭ରେ ବରୋଦା, ୧୯ରେ ଜମ୍ମୁ କାଶ୍ମୀର, ୨୧ରେ ପଞ୍ଜାବ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ ହୋଇଛି। ମ୍ୟାଚ୍‌ଗୁଡ଼ିକ ମୁମ୍ବାଇରେ ଖେଳାଯିବ।

Exit mobile version