Site icon ଆଜିକାଲି

ବେଙ୍ଗାଲୁରୁରେ ଓଡିଶା ଇନଭେଷ୍ଟର୍ସ ମିଟ୍ : ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ଓ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆକସେନଚରର ଅଜୟ ବିଜ୍, ନିସାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜିତେନ୍ଦ୍ର ଚଢା ।

ଓଡ଼ିଶାରେ ଖୋଲିବ ଆଇଟି କମ୍ପାନୀ ଆଇବିଏମର ବ୍ରାଞ୍ଚ । ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରେ ଆଇବିଏମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଅନ୍ୟତମ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମ୍ୟାନେଜିଂ ପାର୍ଟନର ଅମିତ ଶର୍ମାଙ୍କ ଆଲୋଚନା ପରେ ଆଇବିଏମଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ ଆଇଵିଏଯ ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ମେକ ଇନ୍ ଓଡ଼ିଶା କନକ୍ଲେଭ ଥ୍ରୀ ଆଜି ସଂଧ୍ୟାରେ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହେବ । ସମ୍ମିଳନୀରେ ଉପସ୍ଥିତ ରହି ବିଶିଷ୍ଟ ଶିଳ୍ପପତି, ଚାମ୍ବର୍ସ ଅଫ କମର୍ସ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି । ଇନଭେଷ୍ଟର୍ସ ମିଟିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ନବୀନ ବେଙ୍ଗାଲୁରୁରେ ଅନେକ ବିଜିନେସ ଟାଇକୁନଙ୍କୁ ଭେଟିଛନ୍ତି ।

ଏହି ନିବେଶକ ସମ୍ମିଳନୀର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ । ମେକ୍ ଇନ ଓଡ଼ିଶା କନକ୍ଳେଭ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

Exit mobile version