Site icon ଆଜିକାଲି

ଅଲଟିମେଟ୍ ଖୋ ଖୋ ଲିଗ୍ ଟାଇଟଲ ଲଢେଇରେ ଓଡ଼ିଶା ଜଗରନଟ୍ସ ଓ ତେଲେଗୁ ଯୋଦ୍ଧାସ

ପୁଣେ : ଆଜି ଖେଳାଯିବ ଉଦଘାଟନୀ ଅଲଟିମେଟ୍ ଖୋ ଖୋ ଲିଗର ଫାଇନାଲ । ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ହେବ ଟାଇଟଲ ଲଢେଇ । ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି ମାଲିକାନାରେ ଥିବା ଏହି ଦଳ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅଲ୍ଟିମେଟ୍ ଖୋ ଖୋ ଲିଗରେ ଚତ୍ମକାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିରେ ଓଡ଼ିଶା ଦଳର କୋଚ୍ ଓ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କୋଚ ଅଶ୍ୱିନ କୁମାର ଶର୍ମା ଏବଂ ସମସ୍ତ ଖେଳାଳି ବେଶ ଖୁସିଥିଲେ । ସମର୍ଥନ ଓ ସହଯୋଗ ପାଇଁ ସମସ୍ତେ ମିଳିତ ଭାବେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟ୍ରଫି ନେଇ ଭୁବନେଶ୍ୱର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଖେଳାଳି । ଓଡିଶା ଟିମ୍ ପ୍ରଥମ କ୍ୱାଲିଫାୟରରେ ଗୁଜରାଟର ଜିଆଣ୍ଟସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

Exit mobile version