Site icon ଆଜିକାଲି

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ

ନୂଆଦିଲ୍ଲୀ – ଦୀର୍ଘ ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବିଚାରକ ମଣ୍ଡଳୀଙ୍କୁ ପ୍ରଭାବିତ କରି ପ୍ରଥମ ପୁରସ୍କାର ହାସଲ କରିଛି । ଶ୍ରେଷ୍ଠ ବିବେଚିତ ହୋଇଛି ଓଡିଶାର ପ୍ରଜ୍ଞାପନ ମେଢ, ଯାହା କି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ରଘୁରାଜପୁର ଶିଳ୍ପୀ ଗ୍ରାମ ଓ ମହିଳା ସଶକ୍ତିକରଣ ପ୍ରଦର୍ଶିତ କରିଥିଲା । ଗୁଜରାଟର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ଓ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ତୃତୀୟ ସ୍ଥାନ ହାସଲ କରିଛି । ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ ।
ଲୋକଙ୍କ ପସନ୍ଦ ଶ୍ରେଣୀରେ ଗୁଜରାଟର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି।

Exit mobile version