Site icon ଆଜିକାଲି

୨୦୨୩-୨୪ ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା, ଶାନ୍ତନୁ ମିଶ୍ର ଅଧିନାୟକ

କଟକ – ୨୦୨୩-୨୪ ରଣଜୀ ଟ୍ରଫି ପାଇଁ ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି । ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି। ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦଳର ଅନ୍ୟ ଖେଳାଳିମାନେ ହେଲେ ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂହ, ସୁମିତ ଶର୍ମା, ସୁନୀଲ କୁମାର ରାଉଳ, ଆଶୀର୍ବାଦ ସ୍ୱାଇଁ (ୱିକେଟ କିପର), ରାଜେଶ ଧୂପର (ୱିକେଟ କିପର), ଜୟନ୍ତ ବେହେରା, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ।

୨୦୨୩-୨୪ ସିଜନ୍ ରଣଜୀ ଟ୍ରଫିରେ ଓଡ଼ିଶା ଏଲିଟ୍ ଗ୍ରୁପ୍ ‘ଡି’ରେ ସ୍ଥାନ ପାଇଛି । ଏହି ଗ୍ରୁପର ଅନ୍ୟ ଟିମ୍ ହେଲେ -ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବରୋଦା, ଦିଲ୍ଲୀ, ପଣ୍ଡିଚେରୀ ଓ ଜାମ୍ମୁ ଓ କାଶ୍ମୀର ।

ଜାନୁଆରୀ ୫ ତାରିଖରୁ ଓଡ଼ିଶା ନିଜର ପ୍ରଥମ ମ୍ୟାଚ ବରୋଦା ବିପକ୍ଷରେ ଖେଳିବ । ବରୋଦାରେ ଖେଳାଯିବ ଏହି ମ୍ୟାଚ । ଓଡ଼ିଶାର ଦ୍ୱିତୀୟ ମ୍ୟାଚ୍ ମଧ୍ୟ ପ୍ରଦେଶ ବିପକ୍ଷରେ ରହିଛି। ଜାନୁଆରୀ ୧୨ ତାରିଖରୁ ଏହି ମ୍ୟାଚ ଗ୍ୱାଲିୟରରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜାମ୍ମୁ ଓ କଶ୍ମୀର ବିପକ୍ଷରେ ଜାନୁଆରୀ ୧୯ରୁ କଟକର ଡ୍ରିମ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ। ଜାନୁଆରୀ ୨୬ରୁ ଓଡ଼ିଶା ହିମାଚଳ ପ୍ରଦେଶ ବିପକ୍ଷରେ ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ତା’ର ଚତୁର୍ଥ ମ୍ୟାଚ୍ ଖେଳିବ । ଫେବ୍ରୁଆରୀ ୨ ତାରିଖରେ ନିଜର ପଞ୍ଚମ ମ୍ୟାଚ୍‌ରେ ଦଳ ପଣ୍ଡିଚେରୀକୁ ବାରବାଟୀ ଷ୍ଟାଡିୟମରେ ଭେଟିବ ।

ଷଷ୍ଠ ମ୍ୟାଚ୍‌ରେ ଦଳ ଉତ୍ତରାଖଣ୍ଡକୁ ଭେଟିବ। ଏହି ମ୍ୟାଚ ମଧ୍ୟ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୯ ତାରିଖରୁ ଆରମ୍ଭ ହେବ। ଓଡ଼ିଶାତା’ର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

Exit mobile version