Site icon ଆଜିକାଲି

ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁ ସେନାପତି ଅଧିନାୟକ 

କଟକ : ଆସନ୍ତା ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି । ୧୭ ଜଣିଆ ଓଡିଶା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ । ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ କରାଯାଇଛି । ବରୋଦା ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି ।

ଘୋଷଣା ହୋଇଥିବା ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ । ସେହିପରି ବୋଲିଂ ବିଭାଗରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ଶୁଭମ ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି ।ଏହି ଦଳରେ କିଛି ନୂଆ ମୁହଁ ମଧ୍ୟ ଦେଖିବାକୁ ମିଳିବ । ସେମାନେ ହେଲେ ସ୍ବସ୍ତିକ ସାମଲ, ତାରିଣୀ ସା, କାର୍ତ୍ତିକ ବିଶ୍ବାଳ, ସୌରଭ କନୋଜିଆ । ଦଳରେ ଦୁଇ ଜଣ ୱିକେଟ ରକ୍ଷକ- ରାଜେଶ ଧୂପର ଓ ସୁଜିତ ଲେଙ୍କା ସ୍ଥାନ ପାଇଛନ୍ତି । ଓଡ଼ିଶା ପ୍ରଥମ ମ୍ୟାଚ ଡିସେମ୍ବର ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳିବ । ଡିସେମ୍ବର ୨୦ ତାରିଖରୁ ହେବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ଭେଟିବ ଓଡିଶା ।

Exit mobile version