Site icon ଆଜିକାଲି

ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଓଡିଶାର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ଆତଙ୍କବାଦୀ ସଙ୍ଗଠନ ଅଲକାଇଦା ସହ ଜଡିତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ଓଡ଼ିଶାର ଅବଦୁର ରେହମାନ । ଆତଙ୍କବାଦୀ ନେଟୱାର୍କର ପ୍ରସାର ପ୍ରଚାର ଅଭିଯୋଗରେ ଓଡ଼ିଶାରୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହମାନ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପଟିଆଲା ହାଉସ କୋର୍ଟର ଅତିରିକ୍ତ ଦୌରା ଜଜ୍ ମାମଲାରେ ଶୁଣାଣି କରି ଅବଦୁର ରେହମାନଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଆସନ୍ତା ସପ୍ତାହରେ ଦୋଷୀ ସାବ୍ୟସ୍ତ ମାନଙ୍କୁ ଦଣ୍ଡାଦେଶ ହେବ । ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଅବଦୁର ରେହମାନକୁ କଟକ ଜିଲ୍ଲା ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ଅବଦୁର ରେହମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରି ଆତଙ୍କୀ ସଙ୍ଗଠନଗୁଡିକୁ ଭେଟିଥିଲା ।

Exit mobile version