Site icon ଆଜିକାଲି

୩୬ ତମ ଜାତୀୟ କ୍ରୀଡାରେ ରୌପ୍ୟ ଜିତିଲା ଓଡିଶାର ମହିଳା ଫୁଟବଲ ଦଳ

ଭୁବନେଶ୍ବର : ଗୁଜୁରାଟ ଅହମ୍ମଦାବାଦରେ ଚାଲିଥିବା ୩୬ ତମ ଜାତୀୟ କ୍ରୀଡାରେ ଓଡିଶାର ଭଲ ପ୍ରଦର୍ଶନ ରହିଛି । ଫୁଟବଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଥିବା ମହିଳା ପୁଟବଲ ଦଳ ରୌପ୍ୟ ପଦକ ଜିତିଛି । ଫାଇନାଲ ମୁକାବିଲାରେ ମଣିପୁରଠୁ ୨-୦ରେ ପରାସ୍ତ ହୋଇ ଦଳ ରୌପ୍ୟ ଜିତିଛି ।

ମ୍ୟାଚର ୧୦ ମିନିଟରେ ମଣିପୁର ପକ୍ଷରୁ ବାଲାଦେବୀ ପ୍ରଥମ ଗୋଲ କରିଥିଲେ। ୩୭ ତମ ମିନିଟରେ ରତ୍ନବାଳା ଦେବୀ ଦ୍ବିତୀୟ ଗୋଲ ଦେଶ ଦଳକୁ ୨-୦ରେ ଆଗୁଆ କରିଥିଲେ । ଓଡିଶା ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା । ପ୍ରଥମାର୍ଦ୍ଧ ଖେଳ ସମ୍ପୂର୍ଣ୍ଣ ମଣିପାରୁ କବଜାରେ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଓଡିଶାର ଖେଳାଳିମାନେ କମବ୍ୟାକ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଦୁଇଦଳ ଗୋଲ ପକ୍ଷରୁ ଗୋଲ ହୋଇନଥିଲା । ଫଳରେ ମ୍ୟାଚକୁ ୨-୦ରେ ଜିତି ନେଇଥିଲା ମଣିପୁର । ଫାଇନାଲରେ ପରାସ୍ତ ସହ ରୌପ୍ୟ ଜିତି ସନ୍ତୁଷ୍ଟ ଓଡିଶା ମହିଳା ଫୁଲଟଲ ଦଳ । ଫାଇନାଲ ମ୍ୟାଚ ଜିତି ସ୍ବର୍ଣ୍ଣ ଜିତିଛି ମଣିପୁର । ସେପଟେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଆସାମକୁ ୫-୧ ଗୋଲରେ ହରାଇ କାଂସ୍ୟ ପଦକ ଜିତିଛି ତାମିଲନାଡୁ ।

Exit mobile version