Site icon ଆଜିକାଲି

ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର, ନିଲମ୍ବନ ଆଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ : ଦୀର୍ଘ ୬ ମାସ ହେଲା ଅଫିସ୍ ନ ଆସି ନେଉଥିଲେ ଦରମା । କାମ ନ କରି ଅମରୋହା ଜିଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା ଇନ୍ଦୁ ବଳ ଶର୍ମା ଦରମା ଉଠାଇ ଚାଲିଥିଲେ। ତାଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ। ଏହାବାଦ ଦରମା ନେଣଦେଣ ଦାୟିତ୍ୱରେ ଥିବା ସନ୍ତୋଷ କୁମାରଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଛି। ଏଥିସହ ପୂରା ଘଟଣାରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ପୁଲିସ୍‌ ଘଟଣାର ଛାନଭିନ କରି ଗିରଫଦାରୀ ମଧ୍ୟ କରିବାର ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି।

ଅମରୋହା ଜିଲାରେ ନିଯୁକ୍ତ ସିଏମ୍ଓ ଡ. ଇନ୍ଦୁବାଳା ଶର୍ମା ଗତ ୬ ମାସ ହେଲା ଅଫିସ୍ ଆସୁନଥିଲେ। ହେଲେ ଦରମା ଟଙ୍କା ଉଠାଇ ନେଉଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହେଉଥିଲା। ଅଫିସ୍‌ରେ ଉପସ୍ଥିତି ଜାହିର କରିବା ପାଇଁ ଆଟେଣ୍ଡାସ୍‌ଙ୍କ ସହଯୋଗରେ ଉପସ୍ଥାନ ଫାଇଲ୍‌ରେ ନକଲି ସିଗ୍‌ନେଚର କରିଦେଉଥିଲେ। ଏହି ଅଭିଯୋଗ ହେବା ପରେ ତତ୍କାଳୀନ ସିଏମ୍‌ଓ ସଞ୍ଜୟ ଅଗରୱାଲ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Exit mobile version