Site icon ଆଜିକାଲି

ବ୍ରିକ୍ସ ସମ୍ମିଳନୀର ଶେଷ ଦିନ, ୟୁଏନ ସ୍ଥାୟୀ ସଦସ୍ୟତା ଦାବି ଦୋହରାଇଲା ଭାରତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ସ୍ଥାୟୀ ସଦସ୍ୟତା ପାଇଁ ପୁଣି ଥରେ ଦାବି ଦୋହରାଇଛି ଭାରତ। ରୁଷର କାଜାନ ସହରରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀ ୨୦୨୪ର ଶେଷ ଦିନ ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଏକ ବିଶ୍ୱସ୍ତରୀୟ ନ୍ୟୟିକ ବ୍ୟବସ୍ଥା ସୃଷ୍ଟି ପାଇଁ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା ଆବଶ୍ୟକ। ଏହି ସଂସ୍କାର ତୁରନ୍ତ କରାଯିବା ଉଚିତ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୋ ୱାର’ ବାର୍ତ୍ତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ। ପାରସ୍ପରିକ କଥାବାର୍ତ୍ତା ଏବଂ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ୍।

ବ୍ରିକ୍ସର ଆଉଟରିଚ୍ ଅଧିବେଶନରେ ଜୟଶଙ୍କର କହିଛନ୍ତି, ‘ବ୍ରିକ୍ସ ଦର୍ଶାଉଛି ଯେ ପୁରାତନ ବ୍ୟବସ୍ଥା କେତେ ଗଭୀର ଭାବରେ ବଦଳୁଛି। ଏଥି ସହିତ ଅତୀତର ଅନେକ ଅସମାନତା ଜାରି ରହିଛି। ଜଗତୀକରଣର ଲାଭ ଅତ୍ୟନ୍ତ ଅସମାନ ରହିଛି। ଏଭଳି ପରିସ୍ଥିତିରେ, ବିଶ୍ୱର ସ୍ଥାୟୀ ବିକାଶ ଲକ୍ଷ୍ୟ ବହୁ ପଛରେ ପଡ଼ିବାର ବିପଦ ରହିଛି।’

Exit mobile version