Site icon ଆଜିକାଲି

ଦ୍ଵିତୀୟ ଦିନିକିଆରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟନା : ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆ । ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବେ ଟିମ୍‌ ଇଣ୍ଡିଆର ବ୍ୟାଟର । ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ଦ୍ଵିତୀୟ ଦିନିକିଆରେ ଉଭୟ ଦଳରେ ପରିବର୍ତ୍ତନ ହୋଇଛି । ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା ।

ସିରିଜ୍‌ର ପ୍ରଥମ ଦିନିକିଆ ମୁମ୍ବାଇର ଓ୍ୱାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ୫ ଓ୍ୱକେଟ୍‌ରେ ବିଜୟୀ ହୋଇଥିଲା । ଯାହାଫଳରେ ଟିମ୍‌ ଇଣ୍ଡିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମ ଦିନିକିଆରେ ଏକ ଲୋ ସ୍କୋରିଂ ଗେମ୍‌ ହୋଇଥିବା ବେଳେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌କୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ବେଶ୍‌ ଉତ୍କଣ୍ଠା ରହିଛି । ଖାସ୍‌ କରି ଦୁଇ ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଏକ ହାଇ ସ୍କୋରିଂ ଗେମ୍‌ ଦେଖିବାକୁ ଫ୍ୟାନ୍ସମାନେ ଷ୍ଟାଡିୟମ୍‌କୁ ଆସିଛନ୍ତି । ତେବେ ୨ୟ ଦିନିକିଆରେ କେତେ ସ୍କୋର ହେଉଛି । ତାହା ଦେଖିବାକୁ ବାକି ରହିଲା ।

ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, କୂଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମହ ସାମି ।

ଅଷ୍ଟ୍ରେଲିଆ ଦଳ : ଟ୍ରାଭିସ୍‌ ହେଡ୍‌, ମିଚେଲ୍‌ ମାର୍ସ, କ୍ୟାମେରୁନ୍‌ ଗ୍ରୀନ୍‌, ଷ୍ଟିଭ୍‌ ସ୍ମିଥ୍‌, ମାର୍କସ ଷ୍ଟୟନିସ୍‌, ଏଡାମ୍‌ ଜାମ୍ପା, ନାଥନ୍‌ ଏଲିସ୍‌, ସନ୍‌ ଆବଟ, ମାର୍ନସ ଲାବୁସେନ୍‌, ଆଲେକ୍ସ କେରୀ, ମିଚେଲ ଷ୍ଟାର୍କ ।

Exit mobile version