Site icon ଆଜିକାଲି

ମଣିପୁର ଘଟଣାରେ ଆଉ ଜଣକୁ ଗିରଫ କଲା ପୋଲିସ, ଏପର୍ଯ୍ୟନ୍ତ ଘଟଣାରେ ୬ ଗିରଫ

ନୂଆଦିଲ୍ଲୀ : ମଣିପୁରର ଭାଇରଲ ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଏହି ମାମଲାରେ ୬ଷ୍ଠ ଅଭିଯୁକ୍ତକୁ ପୋଲସ ଗିରଫ କରିଛି ବୋଲି ସୂଚନା ମିଳିଛି । ଏଥିରେ ଜଣେ ନାବାଳକ ରହିଛନ୍ତି । ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ ୫ମ ଅଭିଯୁକ୍ତ ଏବଂ ଶନିବାର ଦିନ ୬ଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏମାନଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି । ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣ ସ୍ଥାନରେ ଚଲାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଏଥିସହିତ ଏହି ଘଟଣା ସହ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି ।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । ଏହି ଘଟଣା ପରେ ମଧ୍ୟ ମଣିପୁରରେ ହିଂସା ଥମୁନି । ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ବିରୋଧ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।

Exit mobile version