Site icon ଆଜିକାଲି

ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନରେ‌ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି ।

ଭାରତ ସରକାର ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବେ। ଆବଶ୍ୟକ ପଡିଲେ ଭାରତୀୟ ନୌସେନା ଜାହାଜ ଗୁଡ଼ିକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯିବ | ଇସ୍ରାଏଲରୁ ଫେରିବାକୁ ଚାହୁଁଥିବା ଆମ ନାଗରିକଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ସ୍ୱତନ୍ତ୍ର ବିମାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି | ବିଦେଶରେ ଆମର ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ଗୁରୁବାର ସ୍ୱତନ୍ତ୍ର ବିମାନରେ ଫେରିବା ପାଇଁ ପଞ୍ଜୀକୃତ ହୋଇଥିବା ଭାରତୀୟ ନାଗରିକଙ୍କ ପ୍ରଥମ ଇମେଲ୍ ଜାରି କରାଯାଇଛି ବୋଲି ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସ କହିଛି । ପରବର୍ତ୍ତୀ ଉଡ଼ାଣ ପାଇଁ ପଞ୍ଜୀକୃତ ନାଗରିକଙ୍କ ତାଲିକା ନେଇ ମେସେଜ୍ ଶୀଘ୍ର ପଠାଯିବ ବୋଲି ଏଥିରେ କୁହାଯାଇଛି।

Exit mobile version