Site icon ଆଜିକାଲି

ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ ‘ଅପରେସନ ମେଘଦୂତ’, ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇର ଚଢ଼ାଉ


ନୂଆଦିଲ୍ଲୀ: ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ବଡ଼ ଆକ୍ସନ୍ । ଏହି ମାମଲାରେ ସିବିଆଇ ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ କରିଛି | ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ ମେଘଦୂତ’ ନାମରେ ଏହି ରେଡ୍ କରିଛି ।

ସିବିଆଇର ସୂଚନା ଅନୁଯାୟୀ ଏଭଳି ଅନେକ ଗ୍ୟାଙ୍ଗ୍ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ କାରବାର ସହ ଛୋଟ ପିଲାମାନଙ୍କୁ ବ୍ଲାକମେଲ୍ ମଧ୍ୟ କରୁଛନ୍ତି | ଏହି ସବୁ ଗ୍ୟାଙ୍ଗ୍ ଗ୍ରୁପ୍ ହୋଇ ଏବଂ ବ୍ୟକ୍ତିଗତ ଭାବେ ଏଭଳି କାରବାର କରୁଛନ୍ତି | ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ମାମଲାରେ ସିବିଆଇ ତରଫରୁ ‘ଅପରେସନ୍ କାର୍ବନ୍’ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Exit mobile version