Site icon ଆଜିକାଲି

ଭାରତର ‘ଦି ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ କୁ ଓସ୍କାର ପୁରସ୍କାର

ଲସଆଞ୍ଜେଲସ : ୯୫ତମ ଏକାଡେମୀ ବା ଓସ୍କାର ପୁରସ୍କାରର ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଭାଗରେ ଭାରତର ‘ଦି ଏଲିଫ୍ୟାଣ୍ଟ ହ୍ୱିସପରର୍ସ ବାଜି ମାରିଛି । କାର୍ତ୍ତିକି ଗନସାଲଭେସଙ୍କ ନିର୍ଦ୍ଦେଶିତ ଓ ଗୁନିତ ମୋଙ୍ଗାଙ୍କ ପ୍ରଯୋଜିତ ‘ଦି ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଭାଗରେ ଓସ୍କାର ପାଇବାରେ ପ୍ରଥମ ଭାରତୀୟ ଫିଲ୍ମ ହୋଇଛି । ୧୯୬୯ରେ ‘ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ’ ବିଭାଗରେ ଭାରତର ‘ଦି ହାଉସ ଦାଟ୍ ଆନନ୍ଦ ବିଲ୍ଟ’ ଓ ୧୯୭୯ରେ ‘ଏନକାଉଣ୍ଟର ଉଇଥ୍ ଫେସେସ’ ନାମାଙ୍କିତ ହୋଇଥିଲେ ମଧ୍ୟ ଓସ୍କାର ପାଇ ନଥିଲେ ।

ତାମିଲନାଡୁର ମୁଡୁମଲାଇ ଜାତୀୟ ଉଦ୍ୟାନରେ ରଘୁ ନାମକ ଏକ ଅନାଥ ହାତୀ ଓ ତାହାର ଯତ୍ନ ନେଉଥିବା ଦେଶୀୟ ଦମ୍ପତ୍ତି ବୋମନ ଓ ବେଲିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସ୍ନେହବନ୍ଧନ ଉପରେ ‘ଦି ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ ଆଧାରିତ । ଗତବର୍ଷ ଡିସେମ୍ବରରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

Exit mobile version