Site icon ଆଜିକାଲି

ନୂଆ ଭାରତ ଭାରି ବିପଜ୍ଜନକ, ଘରେ ପଶି ମାରୁଛି; ଜାତିସଂଘରେ ମାନିଲା ପାକିସ୍ତାନ

ନ୍ୟୁୟର୍କ: ନୂଆ ଭାରତ ଭାରି ବିପଜ୍ଜନକ। ଘରେ ପଶି ମାରୁଛି। ଜାତିସଂଘରେ ଏଭଳି ମନ୍ତବ୍ୟ ଦେଇଛି ପାକିସ୍ତାନ। ପ୍ରଥମ ଥର ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପାକିସ୍ତାନ ଏହାକୁ ସ୍ୱୀକାର କରିଛି।

ଜାତିସଂଘରେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନୀର ଅକରମ ପାକିସ୍ତାନ ସମେତ ଅନ୍ୟାନ୍ୟ ଦେଶରେ ହେଉଥିବା ଟାର୍ଗେଟ କିଲିଂ ସମ୍ପର୍କରେ ମନ୍ତବ୍ୟ ଦେବା ଅବସରରେ ଏପରି କହିଥିଲେ। ଏହା ସହିତ ସେ ଆମେରିକାର ଏକ ଦୈନିକ ଖବରକାଗଜର ରିପୋର୍ଟକୁ ଆଧାର କରି କହିଥିଲେ ଯେ, ନୂଆ ଭାରତ ଆପଣଙ୍କ ଘରେ ପଶି ମାରୁଛି।

ମୁନୀର କହିଥିଲେ ଯେ, ପାକିସ୍ତାନରେ ହେଉଥିବା ଟାର୍ଗେଟ କିଲିଂ ପଛରେ ଭାରତର ହାତ ରହିଛି। ବୋଧହୁଏ ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏପରି ପ୍ରୟାସ କରାଯାଉଛି।

Exit mobile version