Site icon ଆଜିକାଲି

ପାକିସ୍ତାନ ଡ୍ରୋନ୍ ଷଡ଼ଯନ୍ତ୍ର ଫେଲ୍; ପଞ୍ଜାବ ସୀମାରେ ମାରି ଖସାଇଲା ବିଏସଏଫ

ନୂଆଦିଲ୍ଲୀ: ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ର ବିଫଳ । ପାକ୍ ଡ୍ରୋନକୁ ମାରି ଖସାଇଲା ବିଏସଏଫ । ପଞ୍ଜାବ ପ୍ରାନ୍ତରେ ପାକିସ୍ତାନର ଡ୍ରଗ୍ସ କାରବାରକୁ ଫେଲ୍ କରିଛି ଭାରତୀୟ ସେନା । ଅମୃତସର ସୀମାରେ ନିଶାଦ୍ରବ୍ୟ ନେଇ ଆସୁଥିବା ଏକ ଡ୍ରୋନକୁ ମାରି ଖସାଇ ଦେଇଛି ବର୍ଡର ସିକ୍ୟୁରିଟି ଫୋର୍ସ । ସୋମବାର ରାତିରେ ଏହି ଘଟଣା ଘଟିଛି । ସୁରକ୍ଷାବଳ ଏକ କଳା ରଙ୍ଗର ଡ୍ରୋନକୁ ଭୈନି ରାଜପୁତାନା ଗାଁରୁ ଜବତ କରିଛନ୍ତି । ସେଥିରୁ ୨ ପ୍ୟାକେଟ୍ ଡ୍ରଗସ୍ ମିଳିଛି ।

ବିଏସଏଫ ସୂଚନ ମୁତାବକ, ଡ୍ରୋନ ମିଳିଥିବା ଡ୍ରଗ୍ସ ଓଜନ ୨ କେଜିରୁ ଅଧିକ ହେବ । ସୋମବାର ବିଳମ୍ବିତ ରାତିରେ ଯବାନ ମାନେ ଏକ ଡ୍ରୋନର ଶବ୍ଦ ଶୁଣିଥିଲେ । ଏହା ପରେ ପୂରା ୟୁନିଟ୍ ଆଲର୍ଟ ହୋଇଯାଇଥିଲା । ପରେ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା । ସର୍ଚ୍ଚ ଅପରେସନ ପରେ ଏଥିରୁ ଡ୍ରଗସ୍ ମିଳିଛି ।

Exit mobile version