Site icon ଆଜିକାଲି

ମନ୍ଥର ବୋଲିଂ ପାଇଁ ପାକିସ୍ତାନକୁ ଜୋରିମନା, କଟିଲା ୨୦% ମ୍ୟାଚ୍ ଫି’

ଚେନ୍ନାଇ : ମନ୍ଥର ବୋଲିଂ ପାଇଁ ପାକିସ୍ତାନକୁ ଜୋରିମନା । ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନର ମନ୍ଥର ବୋଲିଂ କରିଛି । ନିର୍ଦ୍ଧାରିତ ସମୟ ସୁଦ୍ଧା ଦଳ ୪ ଓଭର କମ୍‌ ବୋଲିଂ କରିଥିଲା । ମ୍ୟାଚ୍‌ ଶେଷ ହେବା ପରେ ଫିଲ୍ଡ ଅମ୍ପାୟାର ଆଲେକ୍ସ ୱାର୍ଫ ଓ ପଲ୍‌ ରିଫିଲ ମ୍ୟାଚ୍‌ ରେଫରୀଙ୍କୁ ଏନେଇ ରିପୋର୍ଟ କରିଥିଲେ । ମ୍ୟାଚ୍‌ ରେଫରୀ ରିଚି ରିଚାର୍ଡସନ୍‌ ପାକିସ୍ତାନ ଉପରେ ଫାଇନ୍ ଲଗାଇଛନ୍ତି । ଫଳରେ ଖେଳାଳିମାନଙ୍କ ୨୦ ପ୍ରତିଶତ ମ୍ୟାଚ୍ ଫି’ କାଟିଛନ୍ତି ।

ପେନାଲ୍ଟି ଘଟଣାକୁ ସ୍ବୀକାର କରିଛନ୍ତି ଅଧିନାୟକ ବାବର ଆଜମ୍ । ଜରିମାନା ରାଶି ଗ୍ରହଣ ହୋଇଥିବାରୁ ଏହି ମାମଲାରେ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍‌ରେ ପାକିସ୍ତାନ ଲଢ଼ୁଆ ପ୍ରଦର୍ଶନ ସତ୍ତେ୍ୱ ୧ ୱିକେଟ୍‌ରେ ପରାସ୍ତ ହୋଇଥିଲା । କ୍ରମାନ୍ୱୟରେ ଚତୁର୍ଥ ପରାଜୟ ସହିତ ପାକିସ୍ତାନର ସେମି ଫାଇନାଲ୍ ଆଶା କ୍ଷୀଣ ହୋଇଯାଇଛି ।

Exit mobile version