Site icon ଆଜିକାଲି

ଆଜି ପାକିସ୍ତାନ ସାଧାରଣ ନିର୍ବାଚନ, ମତଦାନ କରିବେ ପ୍ରାୟ ୧୩ କୋଟି ଭୋଟର

ନୂଆଦିଲ୍ଲୀ : ହିଂସା ଭିତରେ ଆଜି ପାକିସ୍ତାନ ସାଧାରଣ ନିର୍ବାଚନ। ଗତକାଲି ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋଟ ଦେଉଛି ପାକିସ୍ତାନ। ୩୩୬ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲି ପାଇଁ ଭୋଟିଂ। ମତଦାନ କରିବେ ପ୍ରାୟ ୧୩ କୋଟି ଭୋଟର। ଶୁକ୍ରବାର ନିର୍ବାଚନ ଫଳାଫଳ ଘୋଷଣା ହେବ। ୨୬୬ ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ। ୭୦ଟି ଆସନ ସଂରକ୍ଷିତ ରହିଛି। ଏହି ସଂରକ୍ଷିତ ଆସନ ମଧ୍ୟରୁ ୬୦ଟି ମହିଳାଙ୍କ ପାଇଁ ଓ ୧୦ଟି ଆସନ ଅଣମୁସଲମାନଙ୍କ ପାଇଁ ସଂରକ୍ଷିତ ରହିଛି।

ପାକିସ୍ତାନ ମୁସଲିମ ଲିଗ୍- ନୱାଜ, ପାକିସ୍ତାନ ତେହରିକ-ଇ-ଇନସାଫ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ସମେତ ୪୪ଟି ରାଜନୈତିକ ଦଳ ଏଥର ରାଜନୈତିକ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା ଦେବେ। ତେବେ ମୁଖ୍ୟ ୩ ଦଳ ହେଉଛି ପାକିସ୍ତାନ ମୁସଲିମ ଲିଗ୍- ନୱାଜ, ପାକିସ୍ତାନ ତେହରିକ-ଇ-ଇନସାଫ ଓ ପାକିସ୍ତାନ ପିପୁଲ୍ସ ପାର୍ଟି । ପାକିସ୍ତାନ ପିପୁଲ୍ସ ପାର୍ଟି ନିର୍ବାଚନ ପ୍ରଚାରରେ ଅଗ୍ରଣୀ ଥିଲା। ପାକିସ୍ତାନରେ ଜନତା ସର୍ବେସର୍ବା ନୁହନ୍ତି ବୋଲି ମସସ୍ତେ ଜାଣନ୍ତି।

ପାକିସ୍ତାନ ସେନାର ବିନା ଇଛାରେ କେହି ସରକାର ଗଠନ କରିପାରବେ ନାହିଁ। ନୱାଜ ଶରିଫଙ୍କୁ ସେନାର ଆଶୀର୍ବାଦ ମିଳିପାରେ। ନୱାଜ ସରିଫ ପ୍ରଧାନମନ୍ତ୍ରୀ ହେଲେ ସେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ। ପାକିସ୍ତାନ ତେହରିକ୍ -ଇ-ଇନସାଫ ଦଳର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁନାହାନ୍ତି। ଲଗାତର ଜେଲ ଦଣ୍ଡାଦେଶ ତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲାଗିଛି।

Exit mobile version