Site icon ଆଜିକାଲି

ଦକ୍ଷିଣ ଆଫ୍ରିକାକୁ ୨୭୧ ରନ୍‌ ଟାର୍ଗେଟ୍ ଦେଲା ପାକିସ୍ତାନ

ଚେନ୍ନାଇ : ଶୁକ୍ରବାର ବିଶ୍ୱକପ୍ ଫାଇଟ୍‌ରେ ଆଜି ଦକ୍ଷିଣ ଆଫ୍ରିକାର ସାମ୍ନା କରିଛି ପାକିସ୍ତାନ। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚ୍‌ର ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ନ ପାରି ୪୬.୪ ଓଭରରେ ୨୭୦ ରନ୍ ଅଲ୍‌ଆଉଟ୍ ହୋଇଯାଇଛି। ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବାକୁ ହେଲେ ୨୭୧ ରନ୍ କରିବାକୁ ହେବ।

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୪.୩ ଓଭର ପ୍ରଥମ ୱିକେଟ୍ ହରାଇଥିଲା। ଅବଦୁଲ୍ଲା ସାଫିକ୍‌ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଗତ ମ୍ୟାଚ୍ ଭଳି ଏଥର ବି କ୍ୟାପ୍ଟେନ୍ ବାବର ଆଜମ ଅର୍ଦ୍ଧଶତକ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ସାଉଦ ଶକୀଲ ସର୍ବାଧିକ ୫୨ ରନ୍ କରିଥିବା ବେଳେ ଶାଦାବ ଖାନ ୪୩ ରନ୍ କରିଥିଲେ। ୱିକେଟ୍ କିପର ମହମ୍ମଦ ରିଜୱାନ ଆଜି ମାତ୍ର ୩୧ ରନ୍ କରିବାରେ ସଫଳ ହୋଇଥିଲେ। ଆଜି ବି ପାକିସ୍ତାନ ବ୍ୟାଟିଂରେ ସେତେଟା ଲଢ଼ୁଆ ପ୍ରଦର୍ଶନ କରିପାରି ନାହିଁ। ଦଳ ମାତ୍ର ୪୬.୪ ଓଭରରେ ଅଲ୍‌ଆଉଟ୍ ହୋଇଯାଇଥିଲା।

Exit mobile version