Site icon ଆଜିକାଲି

ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ : ନେଦରଲ୍ୟାଣ୍ଡ ଓ ୟୁଏଇରେ ହେବାକୁ ଥିବା ଆଗାମୀ ଟି-୨୦ ଏସିଆ କପ୍ ପାଇଁ ପାକିସ୍ତାନ ନିଜର ମଜବୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟରେ ଭାରତ ବିପକ୍ଷରେ ଏସିଆ କପରେ ନିଜର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍ ଶାହିନ୍ ଆଫ୍ରିଦି ଉଭୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଓ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ହାରିଯିବା ପରେ ନେଦରଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସୁପର ଲିଗ୍ ସିରିଜ୍ ସମୟରେ ପଡ଼ିଆରେ ଖେଳୁଥିବାର ନଜର ଆସିବେ ।

ଏସିଆ କପ୍ ପାଇଁ ପିସିବି ୧୫ ଜଣିଆ ଦଳ ଘୋଷଣା କରିଛି । ଉଭୟ ଦଳର ଅଧିନାୟକ କରାଯିବା ପରେ ବାବର ଆଜାମ ପୁଣି ଥରେ ପାକିସ୍ତାନର ଦଳର ନେତୃତ୍ୱ ଗ୍ରହଣ କରିବେ, ଯେତେବେଳେ ଦ୍ରୁତ ବୋଲର ନସିମ ​​ଶାହାଙ୍କୁ ସାଥୀ ଖେଳାଳି ହାସନ ଅଲିଙ୍କ ସ୍ଥାନରେ ସାମିଲ କରାଯାଇଛି । ଗ୍ରୁପ୍ ଏରେ ଭାରତ, ପାକିସ୍ଥାନ ଓ ଏକ ଯୋଗ୍ୟତା ଦଳ ସ୍ଥାନିତ ହୋଇଥିବାବେଳେ ଗ୍ରୁପ୍ ବିରେ ଆୟୋଜକ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି । ସମସ୍ତ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ୧୦ ଟି ମ୍ୟାଚ୍ ଦୁବାଇ ଆୟୋଜନ ହେବାକୁ ଥିବାବେଳେ, ଶାରଜା ତିନୋଟି ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀକୁ ଦେଖିଲେ ଏହା ସ୍ପଷ୍ଟ ଯେ ଉଭୟ ଭାରତ ଓ ପାକିସ୍ତାନ ଦଳ ମୋଟ ତିନିଥର ମୁହାଁମୁହିଁ ହୋଇପାରନ୍ତି । ଗ୍ରୁପ୍ ମ୍ୟାଚରେ ଓ ଏହାପରେ ସୁପର-୪ ରେ ଏବଂ ଯୋଗ୍ୟତା ହାସଲ କଲେ ଫାଇନାଲରେ ମଧ୍ୟ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି ।

ପାକିସ୍ତାନ ଦଳ :

ବାବର ଆଜାମ (ଅଧିନାୟକ), ସଦାବ ଖାନ (ଉପ-ଅଧିନାୟକ), ଆସିଫ ଅଲି, ଫଖର ଜମାନ, ହାୟଦାର ଅଲି, ହରିସ ରଉଫ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନାସିମ ଶାହା, ଶାହିନ୍ ଶାହା ଆଫ୍ରିଦି, ଶାହନାୱାଜ ଧାନି ଓ ଉସମାନ କାଦିର ।

Exit mobile version