Site icon ଆଜିକାଲି

ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ପରାସ୍ତ କଲା ପାକିସ୍ତାନ

ହାଇଦ୍ରାବାଦ୍‌ : ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ -୨୦୨୩ରେ ଆଜି(ଅକ୍ଟୋବର ୬) ଦ୍ୱିତୀୟ ଦିନରେ ପାକିସ୍ତାନ ଓ ନେଦରଲାଣ୍ଡ ମୁହାଁମୁହିଁ ହୋଇଥିଲେ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ଶୁକ୍ରବାର ପାକିସ୍ତାନ ଚମକପ୍ରଦ ପ୍ରଦର୍ଶନ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନୀ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ଭ ଦେଖାଇଛନ୍ତି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ‌ ଖେଳିଥିବା ନେଦରଲାଣ୍ଡ୍‌ସକୁ ପାକିସ୍ତାନ ଟିମ୍‌ ୮୧ ରନ୍‌ରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍‌ସ ୪୧ ଓଭରରେ ସମସ୍ତ ୱିକଟେ୍‌ ହରାଇ ୨୦୫ ରନ୍‌ରେ ଅଟକି ଯାଇଛି।

ଆଜିର ମ୍ୟାଚ୍‌ରେ ଆରମ୍ଭରୁ ୱିକେଟ୍ ନେଇ ପାକିସ୍ତାନ ଉପରେ ଚାପ ପକାଇଥିଲା ନେଦରଲାଣ୍ଡ। ୩.୪ ଓଭରରେ ପାକିସ୍ତାନର ପ୍ରଥମେ ଫଖର ଜମାନଙ୍କ ୱିକେଟ୍ ନେଇଥିଲେ ଭାନ ବୀକ୍। ଏହାପରେ ୪ ଓଭର ପରେ ପୁଣି କ୍ୟାପ୍ଟେନ୍ ବାବର ଆଜମଙ୍କ ୱିକେଟ୍ ଯାଇଥିଲା। ନେଦରଲାଣ୍ଡ ପକ୍ଷରୁ ବାସ୍‌ ଡି ଲିଡେ ୯ ଓଭର କରି ୬୨ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ନେଇଛନ୍ତି। ଲିଡେଙ୍କ ପଛକୁ କଲିନ ଏକରମ୍ୟାନ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ଆର୍ଯ୍ୟନ ଦତ୍ତ, ଭାନ ବିକ୍,ପଲ ଭାନ ମିକେରେନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ରିଓଲୋଫ ଭାନ ଦେର୍ ମେରୱେ,ବିକ୍ରମଜିତ୍ ସିଂହ ଓ ସକିବ ଜୁଲଫିକରଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା।

Exit mobile version