Site icon ଆଜିକାଲି

ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍‌

ନୂଆଦିଲ୍ଲ : ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଏହି ପରିପ୍ରେକ୍ଷୀରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି । ସୋମବାର ଭୋର ପ୍ରାୟ ୫ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । ବିଏସଏଫ ଜବାନ ଏହା ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ବିଏସଏଫ ରୋଜା ପୋଷ୍ଟ ବିଓପି ୮୯ ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଅନେକ ରାଉଣ୍ଡ ଗୁଳି ଚଲାଇଥିଲେ । ଯବାନଙ୍କ ଗୁଳି ଚାଳନାରେ ଡ୍ରୋନଟି ପାକିସ୍ତାନ ଆଡକୁ ଚାଲିଯାଇଥିଲା । ଏହାପରେ ବିଏସଏଫ ଓ ପୋଲିସଙ୍କ ମିଳିତ ଅପରେସନ ଜାରି ରହିଛି । ଭାରତ ଆକାଶରେ ପାକ୍ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ ବାରମ୍ବାର ଏହିପରି କାଣ୍ଡ କରୁଛି ପାକିସ୍ତାନ । ଶେଷଥର ପାଇଁ ଜୁଲାଇ ୨୩ରେ ଜମ୍ମୁ ଅଖନୂର ସେକ୍ଟରରେ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ ଯବାନ ଏହା ଉପରେ ଗୁଳିମାଡ କରିଥିଲେ ।

ସୂଚନା ଯେ, ଏହା ପୂର୍ବରୁ ମଇ ୨୯ ରେ ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରି ଖସାଇଥିଲା ପୋଲିସ । ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଥିଲା । ଏପ୍ରିଲ ୨୯ରେ ପଞ୍ଜାବର ତରନତାରନର ବିଓପି ବାବା ପିର ଅଞ୍ଚଳରେ ପାକ୍ ଡ୍ରୋନ ଠାବ ହୋଇଥିଲା ।

Exit mobile version