Site icon ଆଜିକାଲି

ପାକିସ୍ତାନର ଭେଟେରାନ୍‌ ଅଭିନେତା କବି ଖାନ୍‌ଙ୍କ ଦେହାନ୍ତ

ମୁମ୍ଵାଇ : ପରଲୋକରେ ପାକିସ୍ତାନର ଭେଟରାନ୍‌ ଅଭିନେତା କବି ଖାନ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୮୦ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଚିକିତ୍ସା ନିମନ୍ତେ କାନାଡାରେ ରହୁଥିଲେ। କବି ଖାନଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ଅଦନାନ୍ କବିଙ୍କ ଦ୍ୱାରା ନିଶ୍ଚିତ ହୋଇଛି।

କବି ଖାନଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତାଙ୍କ ଶେଷ ରୀତିନୀତି ୬ ମାର୍ଚ୍ଚ ଅର୍ଥାତ୍‌ ଗତକାଲି କାନାଡାରେ ହୋଇ ସାରିଛି। ସ୍ୱର୍ଗତ ଅଭିନେତାଙ୍କୁ ବ୍ରମ୍ପଟନର ମେଡୋଭିଲ୍ ଶ୍ମଶାନରେ ସମାଧି ଦିଆଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ପାକିସ୍ତାନୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମ ମଧ୍ୟ ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ସାମିଲ୍‌ ହୋଇଛି।

Exit mobile version