Site icon ଆଜିକାଲି

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ପାଣ୍ଡ୍ୟା ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଆଙ୍ଗୁଠି ଆଘାତରୁ ମୁକୁଳି ନଥିବାରୁ ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ଟି-୨୦ ରୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସିରିଜ୍ ପାଇଁ ଅଧିନାୟକ କରାଯାଇଛି।

ଫର୍ମ ପାଇଁ ସଂଘର୍ଷ କରୁଥିବା କେଏଲ ରାହୁଲ ଟି୨୦ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ସେ ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ହେଲେ ରିଷଭ ପନ୍ତଙ୍କୁ ଉଭୟ ଟି-୨୦ ଓ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି । ଶିଖର ଧାୱନଙ୍କୁ ମଧ୍ୟ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ । ଉଭୟ ରୋହିତ ଓ କୋହଲି ଦିନିକିଆ ସିରିଜ୍ ପାଇଁ ଫେରିବେ । ଦିନିକିଆ ସିରିଜରେ ରୋହିତ ଶର୍ମାଙ୍କ ଡେପୁଟି ହେବେ ପାଣ୍ଡ୍ୟା । ରାହୁଲ କେବଳ ଓ୍ବିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ ।

ଜାନୁଆରୀ ମାସରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ତିନୋଟି ଟି-୨୦ ଏବଂ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ | ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୩ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ହେବ | ଦ୍ବିତୀୟ ମ୍ୟାଚ୍ ୫ ଜାନୁୟାରୀରେ ପୁଣେ ଏବଂ ତୃତୀୟ ମ୍ୟାଚ୍ ୭ ଜାନୁୟାରୀ ରାଜକୋଟରେ ଖେଳାଯିବ | ପ୍ରଥମ ଦିନିକିଆ ୧୦ ଜାନୁୟାରୀରେ ଗୁଆହାଟୀରେ ଖେଳାଯିବ | ଏହା ପରେ ଜାନୁୟାରୀ ୧୨ ରେ ଦ୍ବିତୀୟ ଦିନିକିଆ କୋଲକାତାରେ ଓ ତୃତୀୟ ଦିନିକିଆ ଜାନୁଆରୀ ୧୫ ରେ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ହେବ ।

ଭାରତୀୟ ଟି-୨୦ ଦଳ:
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ ରକ୍ଷକ), ଋତୁରାଜ ଗାଇକୱାଡ, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷତ ପଟେଲ, ହର୍ଷଲ ପଟେଲ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।

ଦିନିକିଆ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ୍, ମହମ୍ମଦ ଶାମି, ଉମ୍ରାନ ମଲିକ, ଅର୍ଶଦୀପ ସିଂ।

Exit mobile version