Site icon ଆଜିକାଲି

ପାରା ଅଲିମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ରୌପ୍ୟ ଜିତିଲେ ଯୋଗେଶ

ନୂଆଦିଲ୍ଲୀ : ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କାଥୁନିୟା। ସେ ପୁରୁଷ ଡିସକସ୍‌ ଥ୍ରୋର ଏଫ ୫୬ ବର୍ଗରେ ଏପରି ସଫଳତା ପାଇଛନ୍ତି। ସେ ୪୨.୨୨ ମିଟର ଦୂରତାକୁ ଡସକସ ଫିଙ୍ଗି ଭାରତକୁ ଅଲିମ୍ପିକ୍ସରେ ଆଉ ଏକ ପଦକ ଭେଟି ଦେଇଛନ୍ତି।

ପ୍ରଥମ ପ୍ରୟାସରେ ସେ ଏତେ ଦୂରକୁ ଡିସକସ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ ୪୧.୫୦ ମିଟର, ତୃତୀୟ ପ୍ରୟାସରେ ୪୧.୫୫, ୪ର୍ଥ ପ୍ରୟାସରେ ୪୦.୩୩ ମିଟର, ୫ମ ପ୍ରୟାସରେ ୪୦.୮୯ ଓ ଶେଷ ପ୍ରୟାସରେ ୩୯.୬୮ ମିଟର ଦୂରତା ଡିସକସ ଫିଙ୍ଗି ଥିଲେ। ଯୋଗେଶ ଡିସକସ୍‌ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ଜିତିଛନ୍ତି। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଯୋଗେଶ ରୌପ୍ୟ ପଦକ ଜିତିଥିଲେ। ଆଜିର ସଫଳତା ପରେ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

Exit mobile version