Site icon ଆଜିକାଲି

ପାରାଲିମ୍ପିକ୍ସ : ସଚିନ୍‌ ସରଜେରାଓ ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି

ପ୍ୟାରିସ୍: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବୁଧବାର ପୁରୁଷ ଏଫ୪୬ ସଟ୍‌ ପୁଟ୍‌ରେ ପଦକ ଖାତା ଖୋଲିଛି ଭାରତ। ସଚିନ୍‌ ସରଜେରାଓ ଖିଲାରି ୧୬.୩୨ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ରେ ଏହା ଭାରତର ୨୧ତମ ପଦକ। ମାତ୍ର ୦.୦୬ ମିଟର ପାଇଁ ସ୍ଵର୍ଣ୍ଣ ପଦକ ହରାଇଛନ୍ତି ସଚିନ୍‌। ୧୬.୩୮ ମିଟରର ସର୍ବଶ୍ରେଷ୍ଠ ଥ୍ରୋ ସହିତ କାନାଡାର ଗ୍ରେଗ୍ ଷ୍ଟିଓ୍ବାର୍ଟ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି।

Exit mobile version