Site icon ଆଜିକାଲି

ପ୍ୟାରିସ ଅଲିମ୍ପିକ୍ସ: ଶୁଟିଂରେ ନିରାସ, ପଦକ ରେସରୁ ବାଦ୍ ପଡ଼ିଲା ଭାରତ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରୁ ନୈରାସ୍ୟଜନକ ଖବର ଆସିଛି। ଶୁଟିଂରେ ଭାରତୀୟ ଟିମକୁ ନିରାସ ହେବାକୁ ପଡ଼ିଛି। ଫାଇନାଲରେ ପ୍ରବେଶ କରି ପାରିଲେନି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି।

ଆଜି ଦିନ ୧୨ଟା ୩୦ରେ ପ୍ରଥମେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ମ୍ୟାଚ୍ ଆରମ୍ଭ ହୋଇଥିଲା। ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡି ପଦକ ରେସରୁ ବାଦ୍ ପଡ଼ି ଯାଇଛନ୍ତି। ଏହି ଯୋଡ଼ି ୬୨୮.୭ ସ୍କୋର ହାସଲ କରିଛନ୍ତି। ଭାରତୀୟ ଦଳର ଯୋଡି ରମିତା-ଅର୍ଜୁନ ଷଷ୍ଠ ସ୍ଥାନରେ ଥିବାବେଳେ ଏଲାବେନିଲ-ସନ୍ଦୀପ ଦ୍ୱାଦଶ ସ୍ଥାନରେ ରହିଛନ୍ତି।

Exit mobile version