Site icon ଆଜିକାଲି

ପ୍ୟାରିସ୍ ଅଲିମ୍ପିକ୍ସ : ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ। ଅନ୍ତିମ ସମୟରେ ହରମନପ୍ରୀତଙ୍କ ଗୋଲ ବଳରେ ଭାରତ ବିଜୟୀ ହୋଇଛି।

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ଆଜି ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ ସମୟ ତଥା ୫୯ତମ ମିନିଟରେ ହରମନପ୍ରୀତ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ଏହି ମ୍ୟାଚରେ ଭାରତ ପକ୍ଷରୁ ମନଦୀପ ସିଂହ, ବିବେକ ସାଗର ଓ ହରମନପ୍ରୀତ ସିଂହ ଗୋଲ୍ ଦେଇଥିଲେ।

Exit mobile version