Site icon ଆଜିକାଲି

ପ୍ୟାରିସ୍ ଅଲିମ୍ପିକ : ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇଲା ଭାରତ

ନୂଆଦିଲ୍ଲା : ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଟିମ୍ ମଙ୍ଗଳବାର ପୁଲ ବି ରେ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି । ପ୍ରଥମ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା । ଏହା ପରେ ଆର୍ଜେଣ୍ଟିନା ବିରୁଦ୍ଧରେ ମୁକାବିଲାରେ ୧-୧ରେ ମ୍ୟାଚ୍ ଡ୍ର ରହିଥିଲା । ଅଧିନାୟକ ହରମନପ୍ରୀତଙ୍କ ଡବଲ ଗୋଲ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି । ପ୍ୟାରିସ୍ ଅଲିମ୍ପିକରେ ତାଙ୍କର ଏବେ ୪ ଗୋଲ୍ ହୋଇଯାଇଛି । ସେ ଏହି ଅଲିମ୍ପିକରେ ସବୁଠାରୁ ଅଧିକ ଗୋଲ୍ କରିଥିବା ପୁରୁଷ ଖେଳାଳୀ ପାଲଟିଛନ୍ତି ।

Exit mobile version