Site icon ଆଜିକାଲି

ପ୍ୟାରିସ୍‌ ଅଲିମ୍ପିକ୍ସ: ନିରାଶ କଲେ ଭାରତୀୟ ମହିଳା ତୀରନ୍ଦାଜି ଟିମ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ନିରାଶ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜି ଟିମ। ଦଳ ଆଜି କ୍ୱାର୍ଟର ଫାଇନାଲରେ ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଠାରୁ ୬-୦ରେ ପରାସ୍ତ ହୋଇଛି। ଏଥିସହ ସେମି ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିଛି।

ଦୀପିକା କୁମାରୀ, ଭଜନ କୌର ଓ ଅଙ୍କିତା ଭକତ ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ୮ମ ସିଡ୍‌ ଭାରତୀୟ ଦଳ ୧୦ମ ସିଡ୍‌ ନେଦରଲ୍ୟାଣ୍ଡ୍ସ ଠାରୁ ଅପ୍ରତ୍ୟାଶିତ ଭାବେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

Exit mobile version