Site icon ଆଜିକାଲି

ପ୍ୟାରିସ ଅଲିମ୍ପିକ୍ସ : ପ୍ରଥମ ଥରରେ କମାଲ, ଫାଇନାଲରେ ନୀରଜ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ଇଭେଣ୍ଟରେ କମାଲ ଦେଖାଇଲେ ନୀରଜ ଚୋପ୍ରା । ପ୍ରଥମ ଥ୍ରୋରେ ଫାଇନାଲକୁ ପ୍ରବେଶ କଲେ ନୀରଜ । ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋରେ ଫାଇନାଲରେ ମଙ୍ଗଳବାର ନୀରଜ ଚୋପ୍ରା ପହଞ୍ଚିଛନ୍ତି । ପ୍ରଥମ ଥ୍ରୋରେ ୮୯.୩୪ ମିଟର ପକାଇଲେ ନୀରଜ।

ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ।  କିନ୍ତୁ ଗ୍ରୁପ୍ ବିରେ ଥିବା ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା।

Exit mobile version