Site icon ଆଜିକାଲି

ପ୍ୟାରିସ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ଷ୍ଟାର ବକ୍ସର ଲଭଲିନା

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ପଦ ପକ୍କା କରିବା ପାଇଁ ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ୍ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ସେ ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ଆଜି ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

ଯଦି ସେ କ୍ୱାର୍ଟର ଫାଇନାଲରେ ଜିତିବେ, ତା’ହେଲେ ତାଙ୍କ ନାଁରେ ପଦକ ପକ୍କା ହୋଇଯିବ। କାରଣ ବକ୍ସିଂ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରୁଥିବା ବକ୍ସର ଅତିକମରେ ବ୍ରୋଞ୍ଜ ପଦକ ପାଇବାର ପ୍ରାବଧାନ ରହିଛି। ହେଲେ ଲଭଲିନାଙ୍କ ଠାରୁ ଦେଶ ଏଥର ସ୍ୱର୍ଣ୍ଣ ପଦକ ଆଶାରେ ରହିଛି।

FacebookTwitterLinkedinWhatsapp
Exit mobile version