Site icon ଆଜିକାଲି

ପ୍ୟାରିସ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ହାରିଲା ପୁରୁଷ ତୀରନ୍ଦାଜି ଟିମ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଦୀର୍ଘ ୩୬ ବର୍ଷ ହେଲା ତୀରନ୍ଦାଜିରୁ ପଦକ ଆଶା ରଖିଥିବା ଭାରତକୁ ଜୋରଦାର ଝଟକା ଲାଗିଛି। ପ୍ରଥମେ ମହିଳା ତୀରନ୍ଦାଜି ଟିମ ଅପ୍ରତ୍ୟାଶିକ ଭାବେ କ୍ୱାର୍ଟର ଫାଇନାଲରେ ହାରିଥିଲା। ଆଜି ପୁରୁଷ ଟିମ ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଦଳ ତୁର୍କୀ ଠାରୁ ୬-୨ରେ ହାରି ପଦକ ରେସ୍‌ରୁ ଆଉଟ ହୋଇଯାଇଛି।

ପ୍ରବୀଣ ଯାଦବ, ଧୀରଜ ଓ ତରୁଣଦୀପ ରାୟଙ୍କୁ ନେଇ ଗଠିତ ଭାରତୀୟ ଟିମ ଆଶା ଅନୁସାରେ ଆଦୌ ପ୍ରଦର୍ଶନ କରି ନଥିଲେ। ପ୍ରଥମ ସେଟକୁ ତୁର୍କୀ ୫୭-୫୩ରେ ଜିତି ନେଇଥିଲା। ଦ୍ୱିତୀୟ ସେଟ ମଧ୍ୟ ୫୫-୫୨ ପଏଣ୍ଟରେ ତୁର୍କୀ ସପକ୍ଷରେ ଯାଇଥିଲା। ତୃତୀୟ ସେଟରେ ଭାରତ କମବ୍ୟାକ କରି ୫୫-୫୪ରେ ଜିତି ନେଇଥିଲା। ଫଳରେ ସ୍ଥିତି ୪-୨କୁ ଆସିଥିଲା। ୫ମ ସେଟରେ ଭାରତ ପ୍ରଥମ ୩ଟି ଶଟ ପରେ ୨୮ ପଏଣ୍ଟ ହାସଲ କରିଥିବା ବେଳେ ତୁର୍କୀ ଟ୍ରିପଲ ଶଟ ପରେ ମଧ୍ୟ ସମାନ ୨୮ ପଏଣ୍ଟ ପାଇଥିଲା। ପରବର୍ତ୍ତୀ ୩ଟି ଶଟ ପରେ ଭାରତ ସ୍କୋର ୫୪ ରହିଥିଲା। ପ୍ରବୀଣ ୧୦ ଓ ତୁରଣଦୀପ ୯ ସ୍କୋର କରିଥିଲେ ହେଁ ଧୀରଜଙ୍କ ତୀର ୭ ପଏଣ୍ଟରେ ବାଜିଥିଲା। ଏହାପରେ ତୁର୍କୀ ଏହାକୁ ବେଶ ସହଜରେ ଅତିକ୍ରମ କରି ସ୍କୋରକୁ ୫୭ରେ ପହଞ୍ଚାଇ ମ୍ୟାଚ୍‌କୁ ଜିତି ନେଇଥିଲା।

Exit mobile version