Site icon ଆଜିକାଲି

ଆଜିଠୁ ସଂସଦ ବଜେଟ ଅଧିବେଶନ, ଆସନ୍ତାକାଲି ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ରାଷ୍ଟ୍ରପତି ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଚଳିତ ବଜେଟ୍ ଅଧିବେଶନ ଆସନ୍ତା ୯ ତାରିଖ ଯାଏ ଚାଲିବ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ନେଇ ସର୍ବଦଳୀୟ ବୈଠକ ବସି ଆଲୋଚନା କରାଯାଇଛି ।
ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର ।

ଆସନ୍ତାକାଲି ଉପସ୍ଥାପିତ ହେବ ୨୦୨୪-୨୦୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାମଚଳା ବଜେଟ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ରହିଛି । ତାପୂର୍ବରୁ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେବ ଶେଷ ବଜେଟ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଅଣାଯିବ । ଅନ୍ୟପଟେ ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ୧୪୬ ବିରୋଧୀ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି । ଫଳରେ ଆଜିଠାରୁ ବଜେଟ୍ ଅଧିବଶନରେ ସେମାନେ ଯୋଗ ଦେଇପାରିବେ ।

Exit mobile version