Site icon ଆଜିକାଲି

ଆଜି ଠାରୁ ସଂସଦ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ । ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ ଯାଉଥିବାରୁ ଅଧିବେଶନ କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ଅନୁଦାନ ସମ୍ପର୍କିତ ଆଲୋଚନା ହେବ ।

ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରି ଆରମ୍ଭ ହୋଇଥିଲା । ସଂସଦ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବଧିରେ ସମୁଦାୟ ୧୦ଟି କାର୍ଯ୍ୟ ଦିବସ ରହିଥିଲା । ପ୍ରଥମ ଭାଗରେ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଏବଂ କେନ୍ଦ୍ର ବଜେଟ୍ ୨୦୨୩-୨୪ ଉପରେ ଆଲୋଚନା କରାଯାଇଥିଲା ।

Exit mobile version