ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ବ୍ରିଜ ଭୁଶୁଡି ପଡିଛି । ରସୁଲପୁର ବ୍ଲକ୍ ନିକଟରେ ବ୍ରିଜଟି ଆଜି ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନାହିଁ। ବ୍ରିଜ ଭୁଶୁଡିବା ବେଳେ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ବଡ଼ ଅଘଟଣା ଟଳିଯାଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବାଲେଶ୍ୱରରୁ ଭୁବନେଶ୍ୱର ସଂଯୋଗ କରୁଥିବା ରାଜପଥ ବନ୍ଦ ହୋଇଯାଇଛି ।
ବ୍ରିଜ୍ ଦବିବା ଯୋଗୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ସୌଭାଗ୍ୟବଶତଃ ବ୍ରିଜ୍ ଦବିବା ସମୟରେ କେହି ଯାତାୟାତ କରୁ ନଥିଲେ । କିଛି ସମୟ ପୂର୍ବରୁ ଏକ ଯାତ୍ରୀବାହୀ ବସ୍ ସେହି ପୋଲ ଦେଇ ଅତିକ୍ରମ କରି ଯାଇଥିଲା । ତେଣୁ ଏକ ବଡ଼ ଧରଣ ଟଳି ଯାଇଛି । କାହାର କୌଣସି କ୍ଷତି ହୋଇନାହିଁ । ଏହି ରାସ୍ତା ଦେଇ ବର୍ତ୍ତମାନ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ପାଖ ରାସ୍ତା ଦେଇ ଗାଡ଼ି ଚଳାଚଳ ଜାରି ରହିଛି । ଏହି ପୋଲ ଦେଇ ପ୍ରତିଦିନ ହଜାର ହଜାର ଗାଡି ଯାଆସ କରିଥାଏ । ଲଗାଣ ବର୍ଷାରେ ବ୍ରିଜ୍ ଦବି ଯାଇଥିବା ଅନୁମାନ କରାଯାଉଛି । ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ୨୦୦୭ରେ ପୋଲଟି ତିଆରି ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ଦବି ଗଲା ଏଯାଏ ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ପୋଲିସ୍ ଜଗି ରହିଛି ।