Site icon ଆଜିକାଲି

ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା; ୪ ମହିଳା ମୃତ, ଅନେକ ନିଖୋଜ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଗଙ୍ଗା ନଦୀରେ ବଡ଼ ଦୁର୍ଘଟଣା । ଅଥଳ ପାଣିରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଏହି ଦୁର୍ଘଟଣାରେ ୪ଜଣ ମହିଳାଙ୍କୁ ମୃତ୍ୟୁ ହୋଇଥିଲା ବେଳେ ଅନେକ ନିଖୋଜ ରହିଛନ୍ତି । ବଲିଆର ମାଲଦେପୁର ଘାଟରେ ଡଙ୍ଗା ବୁଡ଼ିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ବଲିଆର ଖେଜୁରୀ ଥାନା ଅନ୍ତର୍ଗତ ଏକ ଗାଁର ଲୋକେ ଗଙ୍ଗା ନଦୀରେ ପାର୍ ହେଉଥିଲେ । ପ୍ରାୟ ୩୦ରୁ ଅଧିକ ଲୋକ ବସିଥିବା ସମୟରେ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କିଛି ଲୋକ ପହଁରୀ ପହଁରୀ କୂଳକୁ ଆସିଥିଲେ, ହେଲେ ମାହିଳା ମାନେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଖବର ପାଇ ରେସକ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ବଲିଆ ଜିଲ୍ଲାପାଳ ମଧ୍ୟ ନଦୀ ଘାଟରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ଉଦ୍ଧାରକାରୀ ଦଳ ୪ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଅନେକ ଯାତ୍ରୀ ଏବେବି ନିଖୋଜ ରହିଛନ୍ତି । ସେମାନଙ୍କୁ ରେସକ୍ୟୁ ଟିମ୍ ଖୋଜୁଛି ।

Exit mobile version