Site icon ଆଜିକାଲି

ଓଟିଟିରେ ରିଲିଜ୍‌ ହେଲା ଚଳିତବର୍ଷର ପ୍ରଥମ ମେଗା ବ୍ଲକ ବଷ୍ଟର ଫିଲ୍ମ ‘ପଠାନ’

ମୁମ୍ଵାଇ : ଓଟିଟିରେ ରିଲିଜ୍‌ ହେଲା ୨୦୨୩ ବର୍ଷର ପ୍ରଥମ ମେଗା ବ୍ଲକ ବଷ୍ଟର ଫିଲ୍ମ ‘ପଠାନ’। ଆଜି ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କଲା ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ପଠାନ’।

ଶାହରୁଖଙ୍କ କମ୍‌ବ୍ୟାକ୍‌ ବ୍ଲକବଷ୍ଟର ଚଳଚ୍ଚିତ୍ର ୨୫ ଜାନୁୟାରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୨ରେ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଛି। ପ୍ରାଇମ ଭିଡିଓ ଏହାର ଇନଷ୍ଟାଗ୍ରାମ ପୃଷ୍ଠାରେ ଫିଲ୍ମର ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଛି। ପ୍ରାଇମ ଭିଡିଓରେ ପଠାନ, ୨୨ ମାର୍ଚ୍ଚ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ। ” କହିବାକୁ ଗଲେ ‘ପଠାନ୍’ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ। ‘ପଠାନ’ର କ୍ରେଜ କେବଳ ଘରୋଇ ଦର୍ଶକଙ୍କ ଭିତରେ ନୁହେଁ ବିଶ୍ଵ ସ୍ତରରେ ମଧ୍ୟ ରହିଛି।

Exit mobile version