Site icon ଆଜିକାଲି

ପଠାନକୋଟ୍ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍ ଲତିଫକୁ ପାକିସ୍ତାନରେ ହତ୍ୟା

ନୂଆଦିଲ୍ଲୀ: ପଠାନକୋଟ୍ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସାହିଦ ଲତିଫକୁ ହତ୍ୟା । ଲତିଫକୁ ବୁଧବାର ପାକିସ୍ତାନର ସିଆଲକୋଟରେ ଗୁଳିକରି ହତ୍ୟା କରାଯାଇଛି । ଏନ୍ଆଇଏର‌ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ଥିଲା ଲତିଫ୍ ।

ପୋଲିସ ସୂଚନା ଅନୁସାରେ, କିଛି ଅଜଣା ଆତତାୟୀ ବାଇକରେ ଆସି ଲତିଫ ଓ ତାର ଭାଇକୁ ଏକ ମସଜିଦ ଭିତରେ ଗୁଳିକରି ହତ୍ୟା କରିଥିଲେ । ହତ୍ୟାକାରୀ ମାନଙ୍କ ପରିଚୟ ଜଣା ପଡ଼ିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

୨୦୧୬ ଜାନୁୟାରୀରେ ପଠାନକୋଟ୍ ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ଚାରି ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୭ ଜଣ ଯବାନ ସହିଦ୍ ହୋଇଥିଲେ।

Exit mobile version