Site icon ଆଜିକାଲି

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ପୁଣି ଆକ୍ସନ, ମନି ଲଣ୍ଡରିଂ ଅଭିଯୋଗରେ ୫.୪୯ କୋଟି ଜୋରିମାନା

ନୂଆଦିଲ୍ଲୀ: ନିୟମ ଉଲ୍ଲଘଂନ ପାଇଁ ଆରବିଆଇ କଟକଣା ପରେ ଏବେ ମନି ଲଣ୍ଡରିଂ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୫.୪୯ କୋଟି ଜୋରିମାନା ଲଗାଇଛି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ସଂସ୍ଥା ଗୁଡ଼ିକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ନିଜ ଆକାଉଣ୍ଟ ଜରିଆରେ କଳାଟଙ୍କାକୁ ଧଳା କରୁଥିଲେ ।

ଅର୍ଥ ମନ୍ତ୍ରଣାଳୟ କହିଛି, ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ (ଏଫୟୁୟୁ-ଇଣ୍ଡିଆ) ୫.୪୯ କୋଟି ଟଙ୍କା ଜୋରିମାନା ଲଗାଇଛି। ଅନଲାଇନ୍ ଜୁଆ ସହ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ନିୟୋଜିତ ଥିବା କେତେକ ସଂସ୍ଥା ତଥା ସେମାନଙ୍କ ବ୍ୟବସାୟର ନେଟୱାର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏଫୟୁୟୁ-ଇଣ୍ଡିଆ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ କାରବାରର ସମୀକ୍ଷା ଆରମ୍ଭ କରିଥିଲା ।

ଆରବିଆଇର ଜାନୁୟାରୀ ୩୧ ନିର୍ଦ୍ଦେଶନାମା ଅନୁସାରେ ଏଫୟୁୟୁ-ଇଣ୍ଡିଆ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିୟମ ଉଲ୍ଲଘଂନ ପାଇଁ ଆରବିଆଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ଫେବୃଆରୀ ୨୯ ପରେ ଜମା ଗ୍ରହଣ କରିବାକୁ ବାରଣ କରିଥିଲା । ପରେ ଏହି ସମୟସୀମା ମାର୍ଚ୍ଚ ୧୫କୁ ବୃଦ୍ଧି କରାଯାଇଥିଲା ।

Exit mobile version