Site icon ଆଜିକାଲି

କୋହଲିଙ୍କୁ କ୍ଷମା ମାଗିଲେ ପର୍ଥର ହୋଟେଲ୍ କର୍ତ୍ତୃପକ୍ଷ


ପର୍ଥ : ଭାରତୀୟ ଖେଳାଳି ବିରାଟ କୋହଲିଙ୍କୁ କ୍ଷମା ମାଗିଲା ଅଷ୍ଟ୍ରେଲିଆର ପର୍ଥରେ ଥିବା ଗୋଟିଏ ହୋଟେଲ । ବିରାଟ ହୋଟେଲ ରୁମରେ ନଥିବା ବେଳେ ଏହା ଭିତରର ଭିଡିଓକୁ ଉକ୍ତ ହୋଟେଲର ଜଣେ କର୍ମଚାରୀ ଶୁଟିଂ କରିଥିଲେ। ପରେ ସେ ଏହାକୁ ଭାଇରାଲ କରିବାରୁ ବିରାଟ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଭିଡିଓକୁ ନେଇ ସୋଶାଲ ମିଡିଆରେ ବି ଝଡ଼ ଦେଖିବାକୁ ମିଳିଥିଲା। ବିବାଦ ବଢ଼ୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏଥିସହ ବିରାଟଙ୍କ ରୁମର ଭିଡିଓ ରେକର୍ଡିଂ କରିଥିବା କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହାବାଦ କର୍ମଚାରୀ ଜଣଙ୍କ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି। ସେହିପରି ବିରାଟ କୋହଲିଙ୍କ ହୋଟେଲ୍ ରୁମର ଭିଡିଓ ସାମ୍ନାକୁ ଆସିବା ପରେ ଅସନ୍ତୋଷ ପ୍ରକାଶ କରିଛି କ୍ରୀଡା ଜଗତ। ମାମଲାରେ ପର୍ଥର ହୋଟେଲ୍ କ୍ରାଉନ କ୍ଷମା ପ୍ରାର୍ଥନା କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହଟା ଯାଇଥିବା ହୋଟେଲ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଆମେ ଏଥର ଅଧିକ ସତର୍କ ରହିବୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ହୋଟେଲ ପକ୍ଷରୁ କୁହାଯାଇଛି ଯେ ଏମିତି ବ୍ୟବହାର ପ୍ରତି କ୍ରାଉନ ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରି ଆସିଛି। ଏହି ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ ଆମେ ସବୁବେଳେ ଭାରତୀୟ କ୍ରିକେଟ ଟିମ୍‌ ଓ ଆଇସିସିକୁ ସବୁ ପ୍ରକାରର ସହଯୋଗ କରିବୁ। ଆମ ଅତିଥିଙ୍କ ସୁରକ୍ଷା ଓ ଗୋପନୀୟତା ସବୁବେଳେ ଆମର ମୁଖ୍ୟ ଲକ୍ଷ୍ୟ। ତଥାପି ଏପରି ଏକ ଘଟଣା ଘଟିବା ପ୍ରକୃତରେ ନିନ୍ଦନୀୟ। ଆମେ ଏଥିପାଇଁ ଅତିଥିଙ୍କୁ କ୍ଷମା ମାଗୁଛୁ। ଆଗକୁ ଯେମିତି ଏପରି ଘଟଣା ନ ଘଟିବ, ସେଥିପ୍ରତି ମଧ୍ୟ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛୁ।

Exit mobile version