Site icon ଆଜିକାଲି

ପେଟ୍ରୋଲ-ଡିଜେଲ ଦର ୨ ଟଙ୍କା କମିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିଛନ୍ତିି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା କମିଛି। ନୂଆ ଦର ଶୁକ୍ରବାର (ମାର୍ଚ୍ଚ ୧୫) ସକାଳ ୬ଟାରୁ ଲାଗୁ ହେବ। ଶେଷଥର ୨୧ ମେ ୨୦୨୨ରେ ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଥିଲେ ସରକାର ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ କୋଟି କୋଟି ଭାରତୀୟ ପରିବାରର କଲ୍ୟାଣ ଓ ସୁବିଧା ତାଙ୍କ ଲକ୍ଷ୍ୟ।

ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ୨ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଆଜି ରାଜସ୍ଥାନ ସରକାର ମଧ୍ୟ ନିଜ ରାଜ୍ୟରେ ଡିଜେଲ ଏବଂ ପେଟ୍ରୋଲ ଉପରେ ଭାଟ୍ ୨ ପ୍ରତିଶତ ହ୍ରାସ କରିଥିଲେ ।

ମୋଦୀ ସରକାର ୨୦୧୪ ଠାରୁ ଏଯାବତ୍ ୧୩ ଥର ପେଟ୍ରୋଲ-ଡିଜେଲ ଦର ବଢ଼ାଇଥିବା ବେଳେ ୬ ଥର ମୂଲ୍ୟ ହ୍ରାସ କରିଛନ୍ତିି ।

Exit mobile version