Site icon ଆଜିକାଲି

କେରଳରେ ସେନା ଯବାନଙ୍କୁ ମରଣାନ୍ତକ ଆକ୍ରମଣ, ହାତ ବାନ୍ଧି ମାଡ଼ ମାରିବା ପରେ ପିଠିରେ ଲେଖିଲେ ପିଏଫଆଇ

ନୂଆଦିଲ୍ଲୀ: ସେନାର ଜଣେ ଯବାନଙ୍କୁ ମାଡ଼ । ଆଉ ତା’ପରେ ପିଠିରେ ଲେଖିଲେ ପିଏଫଆଇ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି କେରଳର କୋଲ୍ଲମ ଜିଲ୍ଲାରେ। ସୂଚନା ଅନୁଯାୟୀ, ଏଠାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଆକ୍ରମଣ କରି ତାଙ୍କ ପିଠିରେ ‘ପିଏଫଆଇ’ ଲେଖିଥିଲେ କିଛି ଅଜ୍ଞାତ ଆକ୍ରମଣକାରୀ। ବର୍ତ୍ତମାନ ଘଟଣାକୁ ନେଇ ପୋଲିସ୍‌ ଏଫଆଇଆର ରୁଜୁ କରି ଯାଞ୍ଚ କରୁଛି।

ଆକ୍ରମଣ ଶିକାର ହୋଇଥିବା ଯବାନ ଶିନେ କୁମାର ଛୁଟିରେ ଘରକୁ ଆସିଥିଲେ। ଏହି ଘଟଣା ରବିବାର ରାତିରେ କଡକ୍କଲରେ ତାଙ୍କ ଘର ନିକଟସ୍ଥ ରବର ଜଙ୍ଗଲରେ ହୋଇଛି। ପୀଡ଼ିତ ଯବାନ ଥାନାରେ ରୁଜୁ ଅଭିଯୋଗରେ କହିଛନ୍ତି ‘‘୬ ଜଣ ଆକ୍ରମଣକାରୀ ତାଙ୍କ ହାତକୁ ଟେପ୍‌ରେ ବାନ୍ଧିଦେଇଥିଲେ ଏବଂ ମାରପିଟ୍‌ କରିବା ସହ ପିଠି ଉପରେ ସବୁଜ ରଙ୍ଗରେ ପିଏଫଆଇ ଲେଖିଥିଲେ।’’ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

Exit mobile version