Site icon ଆଜିକାଲି

ସୌରଭ ଗାଙ୍ଗୁଲିଙ୍କ ଘରୁ ଫୋନ୍ ଚୋରି, ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ ଆଶଙ୍କା

କୋଲକାତା: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମୋବାଇଲ ଫୋନ କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ଫୋନର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ। ଗାଙ୍ଗୁଲି ଶନିବାର ଏନେଇ ଠାକୁରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି।

ଫୋନରେ ଫୋନ୍ ଆକାଉଣ୍ଟ ବ୍ୟତୀତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ରହିଥିବା ବେଳେ ଏହାର ଦୁରୁପଯୋଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଗାଙ୍ଗୁଲି । ତାଙ୍କ ଚୋରି ଫୋନର ଯେପରି ଦୁରୁପଯୋଗ ନ ହେବ ସେଥିପାଇଁ ନିଶ୍ଚିତ କରିବାକୁ ସେ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି। ଚୋରି ସମୟରେ ଗାଙ୍ଗୁଲି ଘରେ ନଥିଲେ। ସେ ଅଭିଯୋଗରେ କହିଛନ୍ତି ଯେ ଶନିବାର ସେ ଫୋନକୁ ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଚାଲି ଯାଇଥିଲେ । ତା’ପରଠୁ ତାଙ୍କ ଫୋନ୍ ମିଳୁନି।

ଗାଙ୍ଗୁଲିଙ୍କ ଘରେ ଏବେ ପେଣ୍ଟିଂ କାମ ଚାଲିଛି। ତାଙ୍କ ଘରେ କାମ କରୁଥିବା ମିସ୍ତ୍ରୀକୁ ପୋଲିସ ପଚରାଉଚରା କରିପାରେ। ଶନିବାର ଗାଙ୍ଗୁଲି ଠାକୁରପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଚିଠି ଲେଖି ତାଙ୍କ ମୋବାଇଲ୍ ଫୋନ୍ ଘରୁ ଗାଏବ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏଥିରେ ଗାଙ୍ଗୁଲି ଉଲ୍ଲେଖ କରିଛନ୍ତି ସେ ଶେଷ ଥର ପାଇଁ ଜାନୁୟାରୀ ୧୯ ତାରିଖ ସକାଳ ପ୍ରାୟ ୧୧.୩୦ରେ ତାଙ୍କ ଫୋନ୍ ଦେଖିଥିଲେ। ଏହା ପରେ ଅନେକ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କ ଫୋନ୍ ପାଇନଥିଲେ ।

Exit mobile version